କାନ୍ଦୁଛି ଅସହାୟ ମା'।
ଦୁନିଆ ଦେଖିପାରୁନି । ନିଜ ଜନ୍ମକଲା ପୁଅର ମୁହଁ ବି ଦେଖିନି । ହେଲେ ଲାଳନପାଳନ କରି ଦେଢ଼ ବର୍ଷ କରିଥିଲା । ତା ସ୍ପର୍ଶରେ ନିଜ ମାତୃତ୍ୱକୁ ଅନୁଭବ କରୁଥିଲା ଏ ମା’ । ହେଲେ କେଉଁ ଚଣ୍ଡାଳ ସେଇ ଟିକକ ଖୁସିବି ଛଡ଼ାଇ ନେଲା । ଜନ୍ମରୁ ଭଗବାନ ଆଖି ଦେଇନି । ଦୁନିଆ ଦେଖିବାକୁ ସୁଯୋଗ ଦେଇନି । ସେହି ଭଗବାନଙ୍କ ଦୂଆରେ ପୁଣି ତା’ ସହ ହୋଇଛି ଅନ୍ୟାୟ । ପ୍ରଭୁ ଶ୍ରୀରାମଙ୍କ ଆଗରେ କୋଳରୁ ଚାଲି ଯାଇଛି ଏ ଦୃଷ୍ଟି ବାଧିତ ମା’ର କୁନିପୁଅ । ଆଉ ସେ ଯିବା ପରେ ସବୁ ଯେମିତି ତା’ ପାଇଁ ଶେଷ ହୋଇଯାଇଛି । ଆଉ ଦେଢ଼ ବର୍ଷର ଶିଶୁ ପୁତ୍ରକୁ ହରାଇ କାନ୍ଦୁଛି ଏ ମା’ ଗୁହାରି କରୁଛି ପୁଅକୁ ଫେରାଇ ଦିଅ । ଆଉ ପୋଲିସ ପାଖରେ ଏନେଇ ଫେରାଦ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us