Last updated: 25 July 2024, 10:43 PM IST
ଭୁବନେଶ୍ୱର-କଟକ-ପୁରୀ ଓ ଢେଙ୍କାନାଳରେ ୩୪ଟି ପ୍ଲଟ୍ । ରାଜଧାନୀରେ ଦୁଇଟି ବହୁତଳ କୋଠା । ପୁରୀରେ ଦୁଇଟି ଫ୍ଲାଟ୍ । ଅମାପ ସଂପତ୍ତିର ଅଧିକାରୀ, ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ। ଯନ୍ତ୍ରୀଙ୍କ ସଂପତି ପେଡି ଖୋଲିଲେ ଆଖି ଟେରା ହୋଇଯାଉଛି । ଭୁବନେଶ୍ୱର ନୀଳାଦ୍ରି ବିହାରରେ ତିନି ମହଲା କୋଠା। ଘର ତ ନୁହେଁ, ରାଜ ଉଆସ। ବାହାରେ ସ୍ୱାଗତ ପାଇଁ ରହିଛି ଦାମୀ କାଠରେ ତିଆରି ହାତୀ ମୁଣ୍ଡ ଡିଜାଇନ୍। ଭିତରେ ସାଜସଜ୍ଜା ଷ୍ଟାର ହୋଟେଲ ଭଳି। ଆଖି ଖୋସିଗଲା ଭଳି ଇଣ୍ଟେରିଅର୍। ଘର ସାରା ଆଣ୍ଟିକ ପିସରେ ଭର୍ତ୍ତି।