Advertisment

ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର; ବନ୍ଧାହେଲେ ୩ ଯବାନ

ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର । ଖବର ପାଇ ମାଡ଼ି ବସିଲା ପୋଲିସ । ତିନିଜଣ ଆଇ.ଆର.ବି ଯବାନଙ୍କ ପାଖରୁ ମିଲିଲା ୧୫ କେଜି ଗଂଜେଇ ।

ଅଦ୍ୟତନ ହୋଇଛି
Advertisment

ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର । ଖବର ପାଇ ମାଡ଼ି ବସିଲା ପୋଲିସ । ତିନିଜଣ ଆଇ.ଆର.ବି ଯବାନଙ୍କ ପାଖରୁ ମିଲିଲା ୧୫ କେଜି ଗଂଜେଇ । ଜଣେ ଜଣେ ଯବାନ ରଖିଥିଲେ ତିନିରୁ ଚାରି କେଜି ଗଂଜେଇ । ବ୍ୟାରେକ ଭିତରେ ଗଂଜେଇ ବେପାର ଦେଖି, ତିନିଜଣ ଯବାନଙ୍କୁ ତୁରନ୍ତ ବୌଦ୍ଧ ନେଇ ପଚରାଉଚରା କଲେ ଏସ୍.ପି ରାହୁଲ ଗୋୟଲ । ଗଂଜେଇ ବେପାରରେ ସଂପୃକ୍ତି ଜାଣି, ଗିରଫ କରି ଯବାନମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଇଏ ହେଉଛି କୋର୍ଟ ଚାଲାଣ ବେଳର ଦୃଶ୍ୟ । ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଯବାନ ଏବେ ମୁହଁ ଢାଙ୍କି ଛିଡା ହୋଇଛନ୍ତି । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧୀ ହୋଇଯାଇଛନ୍ତି ।

Advertisment
Odia Jawan Ganja Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ