Sim Box
Advertisment
ଓଡ଼ିଶାରେ ପୁଣି ସିମ୍ ବକ୍ସ ଆତଙ୍କ । ରାଜଧାନୀର ଏକ ଭଡ଼ା ଘରୁ ମିଳିଲା ସାତ ସାତଟି ସିମ୍ ବକ୍ସ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳରେ ଥିବା ଏଇ ଭଡ଼ା ଘରୁ ଆଜି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମିଳିତ ଭାବେ ଚଢାଉ କରି ଜବତ କରିଛି ୭ଟି ସିମ୍ ବକ୍ସ। ତା’ସହ ଜବତ ହୋଇଛି ୫ ଶହରୁ ଅଧିକ ସିମ୍ କାର୍ଡ। ପୋଲିସ ସୂଚନା ଦେଇଛି, ଯେ, ମହାଦେବନଗରର ପ୍ଲଟ୍ ନମ୍ବର ୨୧୫୯/ ୭୦୧୦ରେ ଏକ ଘରେ ପ୍ରାୟ ୮ ମାସ ଧରି ଭଡ଼ାରେ ରହି ଆସୁଥିଲା ଓଡ଼ିଶା ବାହାରର ଜଣେ ବ୍ୟକ୍ତି। ହେଲେ ତାର ଆତଯାତ ଓ ଚାଲିଚଲଣକୁ ସନ୍ଦେହ କରି ତା ସମ୍ପର୍କରେ ସ୍ପେଶାଲ ସ୍କାର୍ଡ ପାଖରେ ଖବର ପହଞ୍ଚିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us