ନିଶା ଛାଡ଼ିବାକୁ ପଠେଇଥିଲୁ ମାରିଦେଲେ
Advertisment
ବାପା ମାଙ୍କ ବୁକୁ ଫଟା କାନ୍ଦ। ପୁଅ ଆଉ ନାହିଁ। ସବୁଦିନ ପାଇଁ ତାଙ୍କୁ ଏକା କରି ଛାଡି ଚାଲି ଯାଇଛି। ନିଶାମୁକ୍ତ କରିବା ପାଇଁ ଭୁବନେଶ୍ବରର ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ତାଙ୍କ ଅତି ଅଲିଅଳ ପୁଅକୁ। ହେଲେ ଏ କ‘ଣ ହେଲା? ମୃତ ଅବସ୍ଥାରେ ଦେଖୁଛନ୍ତି କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ସେଣ୍ଟରରେ। ମୋ ପୁଅକୁ ଖାଇବାକୁ ନ ଦେଇ ବାଡେଇ ମାରିଦେଲେ। ୪ ମାସ ହେଲା ନିଶା ନିବାରଣ କେନ୍ଦ୍ରରେ ପୁଅକୁ ଛାଡିଥିଲେ। ସକାଳୁ ଫୋନ ଗଲା ପୁଅ ଚେତା ଚାଲିଯାଇଛି। ତୁରନ୍ତ ଆସନ୍ତୁ। ଆସି ଦେଖିଲା ବେଳକୁ ପୁଅର ଜୀବନ ଚାଲିଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us