Vigilance Raid
Advertisment
ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା । ତାଙ୍କଠୁ ମିଳିଥିଲା ୩୪ ପ୍ଲଟ୍ । ଆଉ ଆଜି ଅବକାରୀ ବିଭାଗର ଜଣେ ବରିଷ୍ଠ ବାବୁଙ୍କ ମାଳ ମାଳ କୋଠାବାଡ଼ି ସହ ମିଳିଛି ୫୨ଟି ପ୍ଲଟ୍ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ପାଖରୁ ମିଳିଛି ଏଭଳି ବିପୁଳ ସମ୍ପତ୍ତି । ଯାହା ଦେଖି ଭିଜିଲାନ୍ସ ଅଧିକାରୀ ତାଟକା । ବାହାରକୁ ଦେଖା ଯାଉଥିଲେ ସିଧାସାଧା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us