Advertisment

ବାଲି ମାଫିଆଙ୍କ ଦାଦାଗିରି; ଅତିରିକ୍ତ ତହସିଲଦାରଙ୍କୁ ଥାନା ଆଗରେ ମାଡ଼ ମାରିଲେ

ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ ଉପରେ ବାଲି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ । ସତ ଖୋଲିଲା ସିସିଟିଭି ଭିଜୁଆଲ । ୨୦ରୁ ୨୫ଜଣ ବାଲି ମାଫିଆ ଏକାଠି ମିଶି ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଛନ୍ତି ।

Advertisment

ଥାନା ସମ୍ମୁଖରେ ବାଲି ମାଫିଆଙ୍କ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ସଂଘବଦ୍ଧ ଆକ୍ରମଣ । ସତ ଖୋଲିଲା ସିସିଟିଭି ଭିଜୁଆଲ । କିଏ ଟେକା ଫୋପାଡୁଛି ତ, କିଏ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛି । ୨୦ରୁ ୨୫ଜଣ ବାଲି ମାଫିଆ ଏକାଠି ମିଶି ଅତିରିକ୍ତ ତହସିଲଦାରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଛନ୍ତି । ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ଭୋଇ ଭୋର ୫ଟାରେ ବାଲି ମାଫିଆ ବାଲି ଚୋରି କରି ନେଉଥିବା ଖବର ପାଇ ଅଫିସରେ ପହଞ୍ଚିବା ସମୟରେ ମାଫିଆମାନେ ଘେରିଯାଇ ଧମକ ଚମକ ଦେଇଥିଲେ । ସେଠାରୁ ବାହାରି ଥାନାକୁ ଆସିବା ସମୟରେ ମାଫିଆମାନେ ପିଛା କରିଥିଲେ ତହସିଲଦାରଙ୍କୁ । ଥାନାରେ ତାଲା ପଡିଥିବାରୁ ତହସିଲଦାର ଥାନା ଭିତରକୁ ଯାଇପାରିନଥିଲେ। ଫଳରେ ମାଫିଆ ଥାନା ସମ୍ମୁଖରେ ହିଁ ତାଙ୍କ ଉପରେ ଆକ୍ରମଣ କରିଥିଲେ

Advertisment
Odisha Crime News Sand Mafia In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ