Last updated: 13 December 2024, 11:09 AM IST
ଡାକ୍ତର ବାବୁଙ୍କୁ ଚୂନ ମାରିଦେଲେ ଅଦୃଶ୍ୟ ଲୁଟେରା। ସାହାଯ୍ୟ କରିବା ପଡିଗଲା ମହଙ୍ଗା। ଆକାଉଣ୍ଟରୁ ଖାଲି ହୋଇଗଲା ୭୫ ହଜାର। ଏବେ ନିଜକୁ ବୋକା କହି କାନମୁଣ୍ଡା ଆଉଁସୁଛନ୍ତି ଡାକ୍ତର ବାବୁ । ହଁ ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଯେଉଁଠି ସାଇବର ଠକର ମାୟାଜାଲରେ ଛନ୍ଦି ହୋଇଯାଇଛନ୍ତି ଡାକ୍ତର ଶ୍ରୀମାଧବ ସେଠୀ ।