Last updated: 21 September 2024, 10:41 PM IST
ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମଠେଇ ଯାଇଛି କି କ୍ରାଇମବ୍ରାଞ୍ଚ ତଦନ୍ତ ? ମାମଲାକୁ ସପ୍ତାହେ ପୂରିଲାଣି, ଏଯାଏଁ କାହା ବିରୋଧରେ ହୋଇନି ଆଖିଦୃଶିଆ ଆକ୍ସନ। କେବଳ ନିଲମ୍ବିତ ହୋଇଛନ୍ତି ଭରତପୁର ଥାନାର ୫ ଦବଙ୍ଗ ପୋଲିସ। ୬ଦିନ ପରେ ଧରାପଡ଼ିଛନ୍ତି ୭ ରୋଡ୍ ରୋମିଓ । ତାହାରି ଭିତରେ ମେଜର୍ ଓ ବାନ୍ଧବୀଙ୍କ ଏକପାଖିଆ ଭିଡ଼ିଓକୁ ଜାଣିଶୁଣି ଭାଇରାଲ୍ କରାଯାଉଥିବାବେଳେ ପୀଡ଼ିତା ସୁଟ୍ କରିଥିବା ଭରତପୁର ଭିଡ଼ିଓକୁ କାହିଁକି ପୋଲିସ ସାମ୍ନାକୁ ଆଣୁନି କି ନିଜେ ସାମ୍ନାକୁ ଆସୁନି, ସେନେଇ ଉଠିଛି ନାନା ପ୍ରଶ୍ନ।