Advertisment

ସାମ୍ବାଦିକାଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ମାମଲା, ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ

ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ। ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର। ଗତକାଲି ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍।

Advertisment

ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ। ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର। ଗତକାଲି ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍। ଆଉ ଆଜି ଥାନାକୁ ଆଣି ମାତ୍ର କେଇ ସମୟର ପଚରାଉଚରା ପରେ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଅର୍ଥାତ ୨୪ ଘଣ୍ଟା ଭିତରେ ବଦଳିଗଲା ଦୃଶ୍ୟପଟ୍ଟ। ଅପରାହ୍ନ ୨ଟା ୧୦ ମିନିଟ୍। ଆଜି ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣି ପଚରାଉଚରା ସହ ୧୬୧ ବୟାନ ରେକର୍ଡ କରିଥିଲା ଖାରବେଳନଗର ଥାନା ପୋଲିସ । ତା’ସହ ଏତଲା ଆଧାରରେ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧-ବେଆଇନ ଭାବେ ଅଟକ, ୩୨୩-ଶରୀରକୁ ଆଘାତ ଏବଂ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ ଆଦି ଦଫା ଲଗାଇ ଟୁଟୁଙ୍କୁ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି ଖାରବେଳନଗର ଥାନା ପୋଲିସ।  

Advertisment
Odisha Ollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ