ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ୍। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଦେଢ଼ ବର୍ଷ ପରେ, ପୁଣି ଏହି କେସ୍ ରି-ଓପନ୍ କରିବେ ବିଜେପି ସରକାର । ଏନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୦୨୩- ନବ ଦାସ ହତ୍ୟାକାଣ୍ଡ । ୨୦୨୧- ମମିତା ମେହେର ହତ୍ୟାକାଣ୍ଡ । ୨୦୦୮- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ । ପୁଣି ଖୋଲିବ ଏହି ୩ ବହୁଚର୍ଚ୍ଚିତ ହତ୍ୟା ମାମଲାର ପୁରୁଣା ଫାଇଲ୍ । କେଉଁ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସରକାର ? ଅନେକ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଜିବାକୁ ବିଜେପି ସରକାରର ବଡ଼ ନିଷ୍ପତ୍ତି ।