Advertisment

ମା’ଘର ୱାର୍ଡ଼େନ୍ ମୃତ୍ୟୁକୁ ନେଇ ସସପେନ୍ସ, ସିବିଆଇ ତଦନ୍ତ ଦାବି କଲେ ପରିବାର

ସପ୍ତାହେ ବିତିଲା। ରାୟଗଡ଼ା ଚନ୍ଦ୍ରପୁରର ମା’ଗୃହ ୱାର୍ଡେନଙ୍କ ମୃତ୍ୟୁର ରହସ୍ୟ ଭେଦିପାରୁନି ପୋଲିସ। ଆଦିବାସୀ ଯୁବତୀଟିଏ ଯେ, ନିଆଁରେ ଜଳି ପ୍ରାଣ ହରାଇବ, କେହି ବି ସହଜରେ ବିଶ୍ବାସ କରିପାରୁନାହାନ୍ତି।

Advertisment

ରାୟଗଡ଼ା ପୋଲିସ ଉପରେ ଆଉ ଭରସା ନାହିଁ... ଆଠ ଦିନ ବିତିଗଲାଣି, ଯୁବା ଝିଅକୁ ହରାଇଥିବା ବାପା ଆଜି ନ୍ୟାୟ ମାଗି ମାଗି ନୟାନ୍ତ। କାଶୀପୁର ବ୍ଲକ ଟିକିରି ନାକେଟିଗୁଡ଼ାର ଲକ୍ଷ୍ମୀ ମାଝୀ । ବୟସ ୨୩ । ଗତ ୫ ବର୍ଷ ହେଲା ସ୍ୱେଚ୍ଛାସେବୀ ସଂସ୍ଥା ଆଲିଶା ପକ୍ଷରୁ ଚନ୍ଦ୍ରପୁର ମା’ଗୃହରେ ନିଯୁକ୍ତ ହୋଇଥିଲେ ୱାଡେନ୍ ଭାବେ। ଲକ୍ଷ୍ମୀ ଆଂଶିକ ଦିବ୍ୟାଙ୍ଗ ଥିଲେ। ଗୋଡ଼ରେ ସମସ୍ୟା ଯୋଗୁ ଭଲରେ ଚାଲିପାରନ୍ତିନି । ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର। ଏ ସଂପର୍କରେ ସହକର୍ମୀଙ୍କ ପାଖରୁ ଖବର ପାଇ ଗାଁରୁ ଦୌଡ଼ି ଆସିଥିଲେ ଲକ୍ଷ୍ମୀଙ୍କ ବାପା। ସେତେବେଳକୁ ଝିଅର ଆଉ ଜୀବନ ନଥିଲା। ଏ ସଂପର୍କରେ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ସପ୍ତାହେ ପରେ ବି ପୋଲିସ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇ ପାରୁ ନ ଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଲକ୍ଷ୍ମୀଙ୍କ ବାପା । ଏପରିକି ଆଦିବାସୀ ସଂଘ ବି ଘଟଣାକୁ ଗୁରୁତର ସହ ନେଇ ଟିକିରିରେ ଶୋଭାଯାତ୍ରା କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Advertisment
Odisha Rayagada Mystery Deaths
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ