Advertisment

କମିଶନରେଟ୍ ପୋଲିସକୁ ଲେଡି ଲୁଟେରାଙ୍କ ଖୋଲା ଚାଲେଞ୍ଜ

ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍।

Advertisment

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍  ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି । ମହିଳାଙ୍କ ବେକରୁ ମହିଳା ଲୁଟେରା ଝାମ୍ପି ନେଲେଣି ଅଳଙ୍କାର। ଏ ହେଉଛନ୍ତି ରାଜଧାନୀର ଲିଲି ଦାସ। ତାଙ୍କ ଅଭିଯୋଗ, ଆଜି ସକାଳ ପ୍ରାୟ ୧୦ଟା ୧୫ରେ ବମିଖାଲ ପୂଜାମଣ୍ଡପକୁ ଯାଇଥିଲେ ମା’ଙ୍କ ଦର୍ଶନ ପାଇଁ। ମଣ୍ଡପରେ ୧୦ ମିନିଟ୍ ରହିଛନ୍ତି କି ନାହିଁ, ବେକରୁ ଗାଏବ ହୋଇଗଲା ୫ ଭରିର ସୁନା ହାର। ମଣ୍ଡପରେ ଯେଉଁ ଦିଗରେ ଲାଗିଛି ସିସିଟିଭି, ସେହି ସିସିଟିଭିର ଫୁଟେଜ ବି ଦେଖିଲେ। ହେଲେ କିଛି ଥଳକୂଳ ନପାଇବାରୁ ଶେଷରେ କାନ ମୁଣ୍ଡା ଆଉଁସି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଲିଲି।

Advertisment

କେବଳ ଲିଲି ନୁହଁନ୍ତି, ସେହି ଏକା ସମୟରେ ଏକାସଙ୍ଗେ ୪ ମହିଳା ଭକ୍ତଙ୍କ ବେକରୁ ଲୁଟେରା ଝାମ୍ପି ନେଇଛନ୍ତି ସୁନା ଚେନ୍ । କାହାର ଦେଢ଼ ଭରି ତ ଆଉ କାହାର ୨ ଭରି ଓଜନର ଚେନ୍। ୧୦ରୁ ୧୫ ମିନିଟ୍ ଭିତରେ ଲେଡି ଲୁଟେରାଙ୍କ ହାତକୁ ଚାଲିଯାଇଛି ପ୍ରାୟ ୧୦ ଭରି ସୁନା ଚେନ୍। ବମିଖାଲ ପୂଜା କମିଟିର କହିବା କଥା, ପୂର୍ବରୁ ମହିଳା ଲୁଟେରା ଗ୍ୟାଙ୍ଗ ସକ୍ରିୟା ହେବାର ଆଶଙ୍କା ଦର୍ଶାଇ ପୋଲିସକୁ ଅବଗତ କରିଥିଲୁ। ଏହାସତ୍ତ୍ୱେ ମହିଳା ସୁରକ୍ଷାକର୍ମୀଙ୍କୁ ପୋଲିସ ନିୟୋଜିତ କରିନଥିବାରୁ ଲୁଟେରା ଏହାର ଫାଇଦା ଉଠାଇଛନ୍ତି।  

Bhubaneswar Odisha Commissionerate Police Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ