Advertisment

୪ ସେକେଣ୍ତରେ ୯ ଲକ୍ଷ ଗାଏବ

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ ।

Advertisment

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ । ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ ଭିତରେ ଆଖି ସାମ୍ନାରୁ ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗକୁ ଗାଏବ କରିଛି ନାବାଳକ ଚୋର । ୨୦୨୨ରେ ବି ସମାନ ଢଙ୍ଗରେ ଏଭଳି ଏକ ଘଟଣା ଘଟିଥିଲା ।ଏହି ଗ୍ୟାଙ୍ଗକୁ ଧରିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।

Advertisment

୪ ସେକେଣ୍ଡରେ ୯ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ଗାଏବ । ଆଖି ବୁଲାଇଲା ବେଳକୁ ବ୍ୟାଗ୍ ଧରି ଛୁ’। କୁନି ହାତରେ ବଡ଼ କାରନାମା । ବାହାଘର ଚାଲିଛି, ମହିଳା ଜଣକ ମଣ୍ଡପ ପାଖକୁ ଯାଉଛନ୍ତି, ବାସ୍ ଏହି କିଛି ସେକେଣ୍ଡ ଭିତରେ ପଛରେ ବସିଥିବା ଜଣେ ନାବାଳକ ବ୍ୟାଗ୍ ଧରି ବେଶ୍ ଚାଲାକର ସହ ସେଠୁ ଚମ୍ପଟ ମାରୁଛନ୍ତି ।

Loot Marriage Functions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ