Advertisment

ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ

ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ।

Advertisment

ବିରଳ କଳାବାଘ ବି ଛାଡ଼ିଲେନି, ଗୁଳି ମାରି ଛାଲ ଉତାରି ଦେଲେ। ହେଲେ ବିଡ଼ମ୍ବନା- ଧରାପଡ଼ି କୋର୍ଟଚାଲାଣର ୨ଦିନ ପରେ ସାମ୍ନାକୁ ଆସୁଛି ଖବର । ଶିମିଳିପାଳରେ ବାଘବଂଶ ବଢ଼ାଇବାକୁ ମହାରାଷ୍ଟ୍ରରୁ ଦୁଇ ଦୁଇଟି ବାଘୁଣୀ ଅଣାଯାଇଛି। ହେଲେ ଏଆଇ କ୍ୟାମେରା, ଘନ ଘନ ରେଡ୍, ତଥାକଥିତ ଦକ୍ଷ ବନ କର୍ମଚାରୀଙ୍କ ପାଟ୍ରୋଲିଂ ସତ୍ତ୍ବେ ବି କେମିତି ଶିକାରୀଙ୍କ ଚରାଭୂଇଁ ପାଲଟୁଛି ଶିମିଳିପାଳ ଇଏ ତାରି ପ୍ରମାଣ। ମାସକ ଭିତରେ ଦୁଇ ଦୁଇଟି ମହାବଳ ବାଘ ଛାଲ ଜବତ। ଡିସେମ୍ବର ୨୩ରେ ଶିମିଳିପାଳ ଅଭୟାରଣ୍ୟ ଅଧିନସ୍ଥ ସୋର ଅଞ୍ଚଳରୁ ଏକ ପ୍ରାପ୍ତବୟସ୍କ ରୟାଲ୍ ବେଙ୍ଗଲ ଟାଇଗର ଛାଲ ଡିଲ୍ ବେଳେ ବାଲେଶ୍ବର ବନ ବିଭାଗ ୧୧ ଜଣଙ୍କୁ ମାଡ଼ି ବସିଥିଲା, ଆଉ ଏବେ ଶିକାରୀ ହାବୁଡ଼ରେ ପଡ଼ି ଜୀବନ ଦେଇଛି ଏ ବିରଳ କଳାବାଘ।

Advertisment
Similipal Tigers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ