Advertisment

ଆରେଷ୍ଟ ହେଲା ରମା, ସହଦେବକୁ ମାରିବାକୁ କରିଥିଲା ମାଷ୍ଟର ପ୍ଲାନ୍‌

ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍‌ ଉପରେ ସହଦେବ ନାୟକଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ରମା ନାୟକ ।

Advertisment

ପୋଲିସ ସହ ଲୁଚକାଳି । ୪୦ ଦିନର ଛକାପଞ୍ଝା । ଜାନୁଆରୀ ୮ରୁ ଫେବ୍ରୁଆରୀ ୧୬ । ଶେଷରେ ଗିରଫ ହୋଇଛି ଏହି ନାରୀ ରୂପି ରାକ୍ଷସୀ ରମା ନାୟକ । ବ୍ରାଉନସୁଗାର ବେପାର କରୁଥିଲା । ଚଳାଇଥିଲା କ୍ରାଇମ୍‌ର ସାମ୍ରାଜ୍ୟ । ହେଲେ ଏବେ ପୋଲିସ ହାତରେ ଧରାପଡ଼ିଛି । ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍‌ ଉପରେ ସହଦେବ ନାୟକଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ରମା ନାୟକ । ରବିବାର ଦିନ ମଞ୍ଚେଶ୍ୱର ଥାନାରେ ରମା ଆତ୍ମସମର୍ପଣ କରିବା ପରେ ତାକୁ ବାନ୍ଧିଛି ପୋଲିସ । ସହଦେବଙ୍କ ହତ୍ୟା ପଛରେ ରମାଙ୍କ ହାତ ନଥିବା ତାଙ୍କ ପରିବାର କହିଥିବାବେଳେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisment
Bhubaneswar Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ