ପ୍ରାୟ ଦେଢ଼ମାସର ଲୁଚକାଳି ଖେଳ ପରେ କବଜାକୁ ଆସିଛି ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । କମିଶନରେଟ୍ ପୋଲିସର ଏକ ସ୍ପେଶାଲ ଟିମ୍ ବାଉନସର ଗ୍ୟାଙ୍ଗର ସର୍ଦ୍ଦାର ରାଘବ ଜେନା ଓ ତାର ଜଣେ ସହଯୋଗୀକୁ ବାଙ୍କୀ ଅଞ୍ଚଳରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ବାଉନସର ଗ୍ୟାଙ୍ଗ ଆତଙ୍କ ମାମଲାରେ ଗିରଫଦାରୀ ସଂଖ୍ୟା ୨୧ରେ ପହଞ୍ଚିଛି । ଜାଗା ମାଫିଆର ଖେଳ ଖତମ୍ । ପୋଲିସ କବଜାରେ ଶହେ ବାଉନ୍ସରଙ୍କ ସର୍ଦ୍ଦାର । ପ୍ରାୟ ଦେଢ଼ ମାସର ଲୁଚକାଳି ଖେଳ ପରେ ରାଜଧାନୀରେ ମାଫିଆ ସାମ୍ରାଜ୍ୟ ଚଳାଇଥିବା ବାଉନ୍ସର ଗ୍ୟାଙ୍ଗର ଏ ମାଷ୍ଟର ମାଇଣ୍ଡକୁ ଶେଷରେ ଗିରଫ କରିଛି ପୋଲିସ୍ । ଆଉ ସହଯୋଗୀ ସୌମ୍ୟରଞ୍ଜନ ସହ ଫୁଙ୍ଗୁଳା ଦେହରେ ରାସ୍ତାରେ ଚଲେଇ ଚଲେଇ ଏମିତି କୋର୍ଟ ଚାଲାଣ କରିଛି ।