Advertisment

ATM କାଟି ଲୁଟିନେଲେ ସାଢ଼େ ୧୦ ଲକ୍ଷ ଟଙ୍କା

ରବିବାର ରାତିରେ ଲୁଟେରାଙ୍କ ନିଶାନା ପାଲଟିଛି ଲିଙ୍ଗରାଜ ଥାନା ଅଞ୍ଚଳ। ସ୍ଥାନୀୟ ହାଟସାହିର SBI ATMରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୁରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚଂପଟ୍ ମାରିଥିଲେ ଲୁଟେରା। ସିସିଟିଭିରୁ ବର୍ତ୍ତିବା ପାଇଁ ତା ଉପରେ କିଛି ଲିକୁଇଡ୍ ସ୍ପ୍ରେ କରିଥିଲେ।

Advertisment

ଲୁଟ୍ ଖବର ପାଇବା ପରେ ଖୋଦ୍ ଡିସିପି ଘଟଣା ସ୍ଥଳକୁ ଯିବା ସହ ଲୁଟେରାଙ୍କ ଲୁଟ୍ ଷ୍ଟାଇଲ ନେଇ ଅନୁଧ୍ୟାନ କରିଛନ୍ତି। ଏଥିସହ ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛନ୍ତି। ଗତ କିଛି ଦିନ ଧରି ରାଜଧାନୀରେ ଚାଲିଥିବା ଲୁଟପାଟ୍  ସହ ଏଟିଏମ୍ ଲୁଟରେ ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରୁଛି। ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା SBI ଏଟିଏମ୍ ରୁ କିଭଳି ଲୁଟ୍ ହେଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment
Bhubaneswar Loot Residents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ