Advertisment

ଜୁଆ ଜାଲରେ ଗଞ୍ଜାମ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।

Advertisment

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି । ଜୁଆ ଖେଳ ଗାଁର ଲୋକଙ୍କୁ ଦାଦନ ସଜାଇ ଦେଇଛି। ସବୁ କିଛି ହରାଇବା ପରେ ଏବେ ଭାଗ୍ୟକୁ ଆଦରି ବଞ୍ଚୁଛନ୍ତି। ଜୁଆ ଖେଳ ଯେ କେତେ ପରିବାର ଉଜାଡ଼ିଛି ତା ହିସାବ କାହା ପାଖରେ ନାହିଁ । ପାର୍ବଣ ସମୟ ଖାସ୍ କରି କୁମାର ପୂର୍ଣ୍ଣିମା ଅବସରରେ ତାସ୍, ପଶାପାଲି ଖେଳର ପରମ୍ପରା ରହିଛି ପୁରା ଜିଲ୍ଲାରେ । ହେଲେ ସେଥିରେ ବାଜି ଲାଗୁଥିବା ଟଙ୍କା ପଇସା ପ୍ରତିବର୍ଷ ଶହ-ଶହ ଲୋକଙ୍କୁ ସର୍ବସ୍ୱାନ୍ତ କରୁଛି।

Advertisment
Odisha News Ganjam Gambling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ