cold drinks
Advertisment
#କୋଲ୍ଡଡ୍ରିଙ୍କସ_ବୋତଲରେ_ମଦ #ପାନ_ଦୋକାନରେ_ଗଞ୍ଜେଇ
ବେଆଇନ ନିଶା କାରବାର ନେଇ ରାଜଧାନୀରେ କମିଶନରେଟ ପୋଲିସର ବଡ ରେଡ । ସାମ୍ନାକୁ ଆସିଲା ଖୁଲମଖୁଲା ନିଶା କାରାବାରର ଚିତ୍ର । ଚା\' ଦୋକାନରେ ଗଞ୍ଜେଇ, ରାସ୍ତା କଡରେ ଦେଶୀ ମଦଭାଟି। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରି ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ । ଶହିଦନଗର ଅଞ୍ଚଳରେ ୩ଟି ପାନ ଦୋକାନରେ ଚଢାଉ ହୋଇଛି। ସେହିଭଳି ଖାରବେଳନଗର ଥାନା ଶାସ୍ତ୍ରୀନଗର ଛକରେ ଚାଲିଥିବା ଦେଶୀ ମଦଭାଟିରେ ରେଡ୍ କରି ଶହ ଶହ ଲିଟର ମଦ ନଷ୍ଟ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us