DON
Advertisment
ଜୋୟା ଖାନ୍ ଓରଫ ଲେଡି ଡନ୍ ଜୋୟା। ଦିଲ୍ଲୀରେ ଆତଙ୍କରାଜ ଚଳାଉଥିବା ଜୋୟା ସୌଖିନ୍ ଲାଇଫ୍ ଷ୍ଟାଇଲ୍ ଜିଉଁଥିଲେ। କାର୍ ଚଢ଼ୁଥିଲେ, ପାର୍ଟି ମେଣ୍ଟେନ୍ କରୁଥିଲେ। ବଡ଼ବଡ଼ ହୋଟେଲ୍ରେ ରହି ମୌଜ ମଜଲିସ୍ କରୁଥିଲେ। ଏଥିସହ ନିଶା କାରବାର ସାଙ୍ଗକୁ ଚଳାଇଥିଲେ ଆତଙ୍କରାଜ। ସବୁବେଳେ ପୋଲିସ୍ ରାଡ଼ାରରେ ରହୁଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରିପାରୁନଥିଲେ। କାରଣ ଅପରାଧ ଘଟାଇବା ପରେ ପ୍ରମାଣ ନଷ୍ଟ କରିଦେଉଥିଲେ ଜୋୟା। କିନ୍ତୁ ଶେଷରେ ଧରା ପଡ଼ିଗଲେ ଜୋୟା। କୋଟିଏ ଟଙ୍କାର ହେରୋଇନ୍ ଜବତ ମାମଲାରେ ତାଙ୍କୁ ଧରିଛି ପୋଲିସ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us