Advertisment

ଫିଟୁଛି ଆତଙ୍କୀ ବୁଖାରୀର ଗୁମର; ISI ଏଜେଣ୍ଟ ଲିଙ୍କ୍‌ ନେଇ ମିଳିଛି ଚାଟିଂ

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ ।

Advertisment

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଇଦ ଇଶାନ୍ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର । ଆସିଛି ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍ ଫୋନ କଲ୍। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ସୁରାକ୍ । ଟେଲିଫୋନିକ କଲ୍ ଡିଟେଲସରୁ ଆଶଙ୍କା କରାଯାଉଛି, ପାକିସ୍ତାନ ISI ଏଜେଣ୍ଟଙ୍କ ସହ ଚାଟ୍ କରିଛି ବୁଖାରୀ । ଆଉ ଚାଟ୍ ହିଷ୍ଟ୍ରିକୁ ଡିଲିଟ୍ ବି କରିଛି । ତେବେ ISI ଏଜେଣ୍ଟଙ୍କ ସହ କି ତଥ୍ୟ ସେୟାର କରିଛି ବୁଖାରୀ ? ଚାଟ୍ ହିଷ୍ଟ୍ରିରେ ରହିଛି କି ଦେଶର ସୁରକ୍ଷା ସଂପର୍କିତ ପ୍ରସଙ୍ଗ ? ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇନି ତ ଓଡ଼ିଶାର ସମ୍ବେଦନଶୀଳ ତଥ୍ୟ ? ଏଭଳି ଆଶଙ୍କା କରି ଜବତ ମୋବାଇଲରୁ ଡିଲିଟ୍ ଚାଟ୍ ହିଷ୍ଟ୍ରିକୁ ହାସଲ ପାଇଁ ଉଦ୍ୟମ କରିବା ସହ ଫରେନସିକ୍ ଲ୍ୟାବର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ତା’ସହ ଟେଲିକମ୍ କମ୍ପାନୀକୁ କଲ୍ ଡିଟେଲ୍ସ ରିପୋର୍ଟ-CDR ଆସିଲେ ତା’ର ଆନାଲିସିସ୍ କରିବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ STF ଏସ୍.ପି।

Advertisment
Kashmir NIA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ