Advertisment

୩ କୋଟି ଟଙ୍କା ଲୁଟି ପୋଲିସ ଗାଡ଼ିକୁ ଲିଫ୍ଟ ମାଗୁଥିଲେ

ପୋଲିସ ଗାଡ଼ିକୁ ଲିଫ୍ଟ ମାଗି ଫସିଗଲେ ଲୁଟେରା। ଫସର ଫାଟିଗଲା ସବୁ ଚାଲାକି। ଜବତ ହେଲା ୩ କୋଟି ୫୧ ଲକ୍ଷ ଟଙ୍କା ।

Advertisment

ଗତ ଜାନୁଆରୀ ୩୦ ତାରିଖ କଳାହଣ୍ଡି ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଡକାୟତି କରିଥିଲେ ଏହି ୮ଜଣ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ଆଉ ଭାଟିରେ ଥିବା ସାଢ଼େ ୩ କୋଟିରୁ ଅଧିକ ନଗଦ ଟଙ୍କା ଲୁଟ୍ କରି ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ସେଠାକୁ ଆସୁଥିବା ବେଳେ ଏହି ଗ୍ୟାଙ୍ଗର ଦୁଇ ଜଣ ପୋଲିସ ଗାଡ଼ିକୁ ଲିଫ୍ଟ ମାଗିଥିଲେ। ଆଉ ପୋଲିସ ସେମାନଙ୍କୁ ଲିଫ୍ଟ ବି ଦେଇଥିଲେ। ହେଲେ ସେମାନଙ୍କ ଉପରେ ସନ୍ଦେହ କରି ପ୍ରଶ୍ନ ପଚାରିବାରୁ ଏମାନେ ସେ ଗ୍ୟାଙ୍ଗର ସଦସ୍ୟ ବୋଲି ମାନି ନେଇଥିଲେ।

Advertisment
Odisha Police Kalahandi Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ