Advertisment

ତଦନ୍ତ ବାଟବଣା ପାଇଁ ଚିଠି ଲେଖିଥିଲା ପୁଞ୍ଜିଲାଲ

ପୋଲିସକୁ ବେନାମୀ ଚିଠି ଲେଖି ଫସିଯାଇଥିଲା ସଇତାନ ପୁଞ୍ଜିଲାଲ୍। ତଦନ୍ତ ବାଟବଣା ପାଇଁ ପୋଲିସକୁ ଚିଠି ଲେଖି ଧରାପଡ଼ିଲା ପୁଞ୍ଜିଲାଲ୍। ସଇତାନ ପୁଞ୍ଜିଲାଲର ଗୁମର ଖୋଲିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ବୋଥ୍ରା। ସନ୍ଦେହ ବଢ଼ାଇଥିଲା ହାଇଫାଇ ଇଂରାଜୀ ଶବ୍ଦ, ଲଫାପା ଅଠାରୁ ମିଳିଲା କ୍ଲୁ। ଫରେନସିକ୍ ଯାଞ୍ଚରେ ଡଷ୍ଟବିନରୁ ମିଳିଥିଲା ପାର୍ସଲ ବୋମା ବାରୁଦର ପ୍ରମାଣ

Advertisment

ବାପା, ମା’ଙ୍କ ନୟନ ପିତୁଳାକୁ ଶେଷ କରିଦେଇଥିଲା। ସଦ୍ୟ ବିବାହ କରିଥିବା ପତ୍ନୀ ମଥାରୁ ପୋଛି ଦେଇଥିଲା ସିନ୍ଦୂର। ହେଲେ ପ୍ରାଥମିକ ଭାବେ ତା’ବିରୋଧରେ ନା ମିଳିଥିଲା କୌଣସି ସୁରାଗ୍ ନା ଥିଲେ କୌଣସି ପ୍ରତ୍ୟକ୍ଷଦର୍ଶୀ। ପୋଲିସ ଡାଳେ ଡାଳେ ଗଲେ ନିଜେ ପତ୍ରେ ପତ୍ରେ ଯାଇ ଖସିଯାଉଥିଲା, ଅଧ୍ୟାପନାରୁ ପାର୍ସଲ ବୋମାର ଅପରାଧ ଭିଆଇଥିବା ସାତିର ଦିମାଗଧାରୀ ପୁଞ୍ଜିଲାଲ୍ ମେହେର। ଏଭଳି ଭାବେ ୨ ମାସର ଲୁଚକାଳି ଭିତରେ ସାମ୍ନାକୁ ଆସିଥିଲା ଇଂରାଜୀରେ ଲେଖା ପୁଞ୍ଜିଲାଲର ବେନାମୀ ଚିଠି। ଯେଉଁ ଚିଠିରୁ ଖିଅ ଖୋଜୁ ଖୋଜୁ କ୍ରାଇମବ୍ରାଞ୍ଚ ଖୋଲିଥିଲା ପୁଞ୍ଜିଲାଲର ପାପର ପେଡ଼ି।

Advertisment
Patnagarh Parcel Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ