Advertisment

Video: ସିରିଏଲ୍ କିଲର୍, ୧୩ ବର୍ଷରେ ୧୨ଟି ମର୍ଡର

ସିରିଏଲ୍ କିଲର୍ । ୧୩ ବର୍ଷରେ ୧୨ଟି ମର୍ଡର । ସକାଳେ ଟାକ୍ସି ଡ୍ରାଇଭର । ସଂଜରେ ସାଜୁଥିଲା ତାନ୍ତ୍ରିକ । ତନ୍ତ୍ର ବିଦ୍ୟାରେ ଧନ ସଂପତ୍ତି ଚାରି ଗୁଣା କରିଦେବ କହି ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତୁଥିଲା । ତାପରେ ତିଆରି କରୁଥିଲା ମର୍ଡର ପ୍ଲାନ୍‌ ।

Advertisment

ବର୍ବର, ଅମାନୁଷିକ, ଅମାନବୀୟ କାଣ୍ଡ । ୧୩ ବର୍ଷ ଧରି ତଥାକଥିତ ତାନ୍ତ୍ରିକ ସାଜିଥିଲା ସିରିଏଲ୍ କିଲର । ପାଣିରେ ସୋଡିୟମ୍ ନାଇଟ୍ରେଟ୍ ମିଶାଇ ୧୨-୧୨ ଜଣଙ୍କୁ ହତ୍ୟା କରିଛି । ଏପରିକି ନିଜ ମାଆ, ଜେଜେମାଆ ଓ ଦାଦାଙ୍କୁ ବି ଛାଡି ନଥିଲା ଜହ୍ଲାଦ। ଗୁଜରାଟ ଅହମ୍ମଦାବାଦର ଏଭଳି ଏକ ଲୋମଟାଙ୍କୁରା ମର୍ଡର ମିଷ୍ଟ୍ରିକୁ ନେଇ ସାରା ଦେଶରେ ହଟଚମଟ । ଗତ ୧ ତାରିଖରେ ଗିରଫ ହୋଇଥିଲା । ଲକଅପରେ ଥିବା ବେଳେ ରବିବାର ତା’ର ମୃତ୍ୟୁ ହୋଇଗଲା । ତା ପୂର୍ବରୁ ପୋଲିସ ଆଗରେ ଦୋଷ ମାନିବା ସହିତ ପାପ ପେଡିର ସବୁ କାହାଣୀ ବଖାଣିଥିଲା ହତ୍ୟାକାରୀ ।

Advertisment
Murder Ahmedabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ