ଠକାମିରେ ପଡିଛନ୍ତି ପୋଲିସ ବାବୁ, ନା ଠକେଇରେ ସାଜିଛନ୍ତି ଅଭିଯୁକ୍ତଙ୍କ ଢାଲ ? ଡିସ୍‌କାଉଣ୍ଟରେ ଗାଡ଼ି ଦେବାକୁ କହି ଲୋକଙ୍କଠୁ ପ୍ରାୟ ୪୦ କୋଟି ଟଙ୍କା ଲୁଟିଥିବା ଅକ୍ଷୟ ଗୌଡ ଓ ଉଷାରାଣୀ ବାରିକଙ୍କ ସହ ନୟାଗଡ଼ରେ କାର୍ଯ୍ୟରତ ଏସ୍ଆଇ ସ୍ମୃତି ରଂଜନ ମହାନ୍ତି ଓ କମିଶନରେଟ ପୋଲିସରେ କାମ କରୁଥିବା କନଷ୍ଟେବଲ ରମେଶ ଚନ୍ଦ୍ର ବେହେରାଙ୍କ ନେଣଦେଣ ଥିବା ଜଣାପଡ଼ିବା ପରେ ଉଠିଛି ପ୍ରଶ୍ନ। ଅଭିଯୋଗ ହେଉଛି ଅକ୍ଷୟଙ୍କୁ ସୁରକ୍ଷା ଦେବା ଲାଗି ଏସଆଇ ସ୍ମୃତିରଂଜନ ନେଇଛନ୍ତି ୨୦ ଲକ୍ଷ, ତାହା ପୁଣି ଚେକ୍‌ରେ । ଗତ ଅଗଷ୍ଟ ୧୮ ତାରିଖରେ ଚେକ୍ ସ୍ମୃତିଙ୍କ ଆକାଉଣ୍ଟରେ ଲାଗିଥିବା ପ୍ରମାଣ ବି ପାଇଛି ନୟାପଲ୍ଲୀ ପୋଲିସ । ତେବେ ଅକ୍ଷୟକୁ ଚିହ୍ନି ନଥିବା କହିଛନ୍ତି ଏସଆଇ ସ୍ମୁତି ରଂଜନ ।