ପତ୍ନୀଙ୍କ ପାଇଁ କିଣିଛନ୍ତି ଦାମୀ ହୀରା ହାର। ରାଜଧାନୀରେ ବିଳାସପୂର୍ଣ୍ଣ ଘରେ ଲକ୍ଷାଧିକ ଟଙ୍କାର ଇଣ୍ଟେରିୟର ସାଙ୍ଗକୁ ସାତ ସାତଟି ପ୍ଲଟ୍ । ଭିଜିଲାନ୍ସ ଜାଲରେ ପଡିଥିବା କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଠାରୁ ଆଜି ଜବତ ହୋଇଛି ଅମାପ ସମ୍ପତ୍ତି । ଏହି ସରକାରୀ ବାବୁ ଜଣକ କ୍ରିପ୍ଟୋ କରେନସିରେ ବି ନିବେଶ କରିଛନ୍ତି । ସେପଟେ ନୂଆପଡାରେ ଜଣେ ବ୍ୟାଙ୍କ ସହାୟକଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ହାତରେ ଲାଗିଛି କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ।