Advertisment

ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍

ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।

Advertisment

ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ । ଡିଏନଏ ଟେଷ୍ଟ ରିପୋର୍ଟରୁ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ପୁଅ ନୁହେଁ ଝିଅ ହୋଇଥିବା ସ୍ପଷ୍ଟ ହେବା ପରେ ଆଜି କଡ଼ା ପ୍ରତିକ୍ରିୟା ରଖିଥିଲେ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। କହିଥିଲେ, ଶିଶୁ ଜନ୍ମ ବେଳେ ହସ୍ପିଟାଲ ପକ୍ଷରୁ ସମସ୍ତ ଏସଓପି ଅନୁସରଣ କରାଯାଉଛି । ଯେମିତି କି-ଲେବର ରୁମରେ ଶିଶୁ ଜନ୍ମ ହେବା ପରେ ପ୍ରଥମେ ମା'କୁ ଜଣାଯିବା, ନବଜାତକର ଫୁଟ୍ ପ୍ରିଣ୍ଟ ନିଆଯିବା, ଝିଅ-କି ପୁଅ ରେଜିଷ୍ଟରରେ ଉଲ୍ଲେଖ କରି ସଂଗେ ସଂଗେ ପରିବାର ଲୋକଙ୍କୁ ଅବଗତ କରିବା । ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି
ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।

Advertisment
Bhubaneswar Odisha Capital Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ