Last updated: 03 March 2024, 09:49 PM IST
ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ । ପୂର୍ବରୁ ମଦ୍ୟପ ଟୁ ହ୍ବିଲର ଚାଳକଙ୍କ ବିରୋଧରେ ପୋଲିସ ଏହି ନୀତି ଲାଗୁ କରିଥିଲା । କିନ୍ତୁ, ମାସେ ହେଲା କାର୍ ଚାଳକଙ୍କ ବିରୋଧରେ ଧରପଗଡ଼କୁ ଜୋରଦାର କରିବା ସହ ଶହେରୁ ଅଧିକ ମଦ୍ୟପ ଡ୍ରାଇଭରଙ୍କୁ ସିଧା ଜେଲ୍ ପଠାଇଛି ପୋଲିସ ।