Advertisment

ଚିନ୍ମୟୀ ମୃତ୍ୟୁଉପରୁ ହଟୁନି ପରଦା; ୫ଦିନ ପରେ ବି ପ୍ରମାଣ ପାଉନି ପୋଲିସ

ଚିନ୍ମୟୀଙ୍କ ଗଳାରେ କେମିତି ହେଲା ଏହି ଦାଗ ? ଗୋଟି ଗୋଟି କରି ଅଗ୍ନିପରୀକ୍ଷାକୁ ସାମ୍ନା କରୁଛନ୍ତି ଚିନ୍ମୟୀଙ୍କ ସହ ଶେଷ ସମୟ ଯାଏଁ ଏକାଠି ଥିବା ପୁରୁଷ ବନ୍ଧୁ ପ୍ରୀତିମାନ ଦେ । ୪ ଦିନ ଧରି ବୁର୍ଲା ଥାନାରେ ଘନଘନ ଜେରା ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ କରାଇଛି ପୋଲିସ ।

Advertisment

ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର ସରୁନି କାରଣ ଖୋଜା । ଘଟଣାକୁ ୫ଦିନ ବିତିଲାଣି, ହେଲେ ପ୍ରମାଣ ପାଉନି ପୋଲିସ । ତିନି ତିନିଟି ଟିମ୍ ଦ୍ୱାରା ବୁର୍ଲା, ବଲାଙ୍ଗିର ଓ ଭୁବନେଶ୍ୱରରେ ଖୋଳତାଡ଼ ଚଳାଇଛି ପୋଲିସ୍ । ଶେଷରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଓ ଆଉ ଜଣେ ଯୁବକଙ୍କର ଆଜି ଲାଇ ଡିଟେକ୍ସନ ଟେଷ୍ଟ କରାଇଛି । ଏସବୁ ଭିତରେ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ମା’ । 

Advertisment
Boyfriend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ