ବାଂଲାଦେଶୀ ମାଷ୍ଟରମାଇଣ୍ଡ ଅସାଦ୍ଦୁର ଜମାନର ସିମ୍ ବକ୍ସ କ୍ରାଇମ୍ । ମୋଡସ୍ ଅପରେଣ୍ଡିକୁ ଦେଖିଲେ ଲାଗୁଛି ଆତଙ୍କୀ କାର୍ଯ୍ୟକଳାପଠୁ କମ୍ ନୁହଁ । ଓଡ଼ିଶା ଆସି ହୋଟେଲରେ ରହିବା ଓ ଘର ଭଡ଼ା ନେଇ ସିମବକ୍ସ ବସାଇବା ଯାଏଁ ସବୁ କାମ ଚତୁରତାର ସହ ନିଜେ କରୁଥିଲା ଅସାଦ୍ଦୁର । କୌଣସି ଜାଗାରେ ଟିକିଏ ବି ପ୍ରମାଣ ଛାଡ଼ିନି । କେବଳ ତା’ର ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ହିଁ ଉଗାରି ଚାଲିଛି ଅସାଦ୍ଦୁରର ଅସଲ କଥା । ରାଜୁ କହିଛି, ଓଡ଼ିଶା ଭଳି ଝାଡ଼ଖଣ୍ଡରେ ବି ରହିଛି ସିମବକ୍ସ ନେଟୱାର୍କ । ଏହି ତଥ୍ୟ ପରେ ଏବେ ରାଞ୍ଚି ମୁହାଁ କମିଶନରେଟ୍ ପୋଲିସ । ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ ।