Advertisment

ଶିର୍ଲା ଜଙ୍ଗଲରେ IED ବ୍ଲାଷ୍ଟ; ଓଡ଼ିଶାରେ ସକ୍ରିୟ କି ଲାଲବାହିନୀ ?

କନ୍ଧମାଳରେ ପୁଣି ଲାଲ ହିଂସା । ପୂର୍ବରୁ ଖଞ୍ଜିଥିଲେ ଆଇଇଡି, ଆଜି କୁମ୍ବିଂ ବେଳେ ବିସ୍ଫୋରଣ । ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲରେ ଏସଓଜି ଯବାନ କୁମ୍ବିଂ କରୁଥିବା ବେଳେ ହଠାତ୍ ହୋଇଥିଲା ବିସ୍ଫୋରଣ ।

Advertisment

ପୁଣି ମୁଣ୍ଡ ଟେକୁଛି ଲାଲବାହିନୀ । କିଛି ଦିନ ହେଲା ସୀମାବର୍ତ୍ତୀ ଅଞ୍ଚଳରେ ମାଓ ହିଂସା ବଢିଥିବା ବେଳେ ଓଡ଼ିଶାରେ ବି ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ଆଜି ଘଟିଥିବା ଆଇଇଡି ବିସ୍ଫୋରଣ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପ୍ରତି ଚ୍ୟାଲେଞ୍ଜ ବି ସୃଷ୍ଟି କରିଛି । କୁମ୍ବିଂ ବେଳେ ଘଟିଥିବା ଏହି ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ରାଜ୍ୟରେ ମାଓ ଗତିବିଧି କମିଥିବା କିଛି ଦିନ ତଳେ କହିଥିଲେ ପୋଲିସ ଡିଜି । ତେବେ ଆଜିର ଘଟଣା ଡିଜିପିଙ୍କ ଦାବିରେ ପ୍ରଶ୍ନ ଚିହ୍ନ ଲଗାଇଛି ।

Advertisment
Odisha Police Ied Blast Jawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ