Advertisment

ଦେହରେ ଡିଜେଲ ଢାଳି ଜଳିଗଲା ନାବାଳକ

ଦେହରେ ଡିଜେଲ ଢାଳି ଜଳିଗଲା ନାବାଳକ। କଟକରେ ଚାଞ୍ଚଲ୍ୟ ଖେଳାଇଲା ୧୭ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ। ଜୀବନ ହାରିଦେଲେ ନାଁ କିଏ ହତ୍ୟା କରି ପୋଡିଦେଲା ? ବାପା ଆଣିଲେ ସାଂଘାତିକ ଅଭିଯୋଗ ।

Advertisment

କଟକ ପୁରୀଘାଟ ଥାନା ମଠସାହି ଗୋପାଳଜିଉ ଲେନରେ ଛାତିଥରା ଘଟଣା। ନିଜ ଡିଜେଲ ଢାଳି ଜୀବନ ହାରିଲା ନାବାଳକ। ମୃତକ ଜଣକ ହେଉଛନ୍ତି ୧୭ ବର୍ଷୀୟ ଅଙ୍କନ ଦତ୍ତ। ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବାବେଳେ ସେ ନିଜ ବାପାମାଆ ସହ ପୁରୀଘାଟ ଥାନା ମଠସାହି ଗୋପାଳଜିଉ ଲେନରେ ଭଡା ଘରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ପ୍ରଥମରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। ବ୍ୟବସାୟରେ ଶତୃତା କାରଣରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଥିଲେ ରାତିରେ କେହି ଜଣେ ଜଳୁଥିବାର ଦେଖି ନିଆଁ ଲିଭାଇବାକୁ ମୁଁ ପାଣି ଢାଳିଲି । ପରେ ଜାଣିଲେ ଯେ ଜଳୁଥିବା ପିଲାଟି ମୋ ପୁଅ ।

Advertisment
Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ