ଚୋରଙ୍କ ନଜରରେ ସରକାରୀ ମାଲ୍ । ରାତି ଅଧରେ କାଟୁଥିଲେ ୧୧ କେଭି ତାର । ଚୋରି କରୁଥିଲେ ଟ୍ରାନ୍ସଫରମର କଏଲ ଓ ତେଲ । ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍। ଆଉ ଚୋରାଇ ନେଉଥିଲେ ଦାମିକିଆ କପର ତାର ଓ ଟ୍ରାନସଫର୍ମର ଅଏଲ । ଆଉ ଆତଙ୍କ ସୃଷ୍ଟି କରୁଥିଲେ ବାରିପଦା ସହରରେ।