ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ନୂଆ ୪ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି ।