Advertisment

Trade War: ଘାଇଲା ସାରା ବିଶ୍ବ, ସାମାନ୍ୟ ସୁଧୁରିଲା ଭାରତୀୟ ସେୟାର ମାର୍କେଟ୍

ଟ୍ରମ୍ପଙ୍କ ଟାରିଫ ଝଟକାରେ ଗତକାଲି ଧରାଶାୟୀ ଭାରତୀୟ ସେୟାର ମାର୍କେଟରେ ଫେରିଲା ଉତ୍ସାହ । କାଲି ଥିଲା କଳା ସୋମବାର, ହେଲେ ଆଜି ସୁସ୍ଥ ମଙ୍ଗଳବାର । ସୁଧୁରିଲା ସେନସେକ୍ସ, ବଢିଲା ନିଫ୍ଟି । ଆଜି ସେନସେକ୍ସ ୧୦୮୫ ପଏଣ୍ଟ ଏବଂ ନିଫ୍ଟି ୩୫୩ ପଏଣ୍ଟ ସହ ଖୋଲିଥିଲା ମାର୍କେଟ୍ ।

Advertisment

ବିଶ୍ବ ଅର୍ଥନୀତିରେ ଭୂକଂପ । ମୁକ୍ତ ବାଣିଜ୍ୟ ବା ଫ୍ରି ଟ୍ରେଡରେ ବ୍ଲକ୍ ଲଗାଇଛି ଟ୍ରଂପଙ୍କ ଟାରିଫ୍ । ଫଳରେ ପ୍ରଭାବିତ ହୋଇଛି ବିଭିନ୍ନ ଦେଶର ଅର୍ଥନୀତି। ଖୋଦ୍ ଆମେରିକା ମାର୍କେଟ୍ ଖସିଛି । ବଡ଼ ବଡ଼ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ପାଇଛି । ତେବେ ଗତକାଲିର କ୍ରାସ ପରେ ଆଜି ସୁଧୁରିଛି ଭାରତୀୟ ସେୟାର ବଜାର । ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି ଦେଖାଦେଇଛି । ତଥାପି ବିଶେଷଜ୍ଞ କହିଛନ୍ତି, ଟ୍ରେଡ୍ ୱାରର ପ୍ରଭାବ ସାରା ବିଶ୍ବର ଅର୍ଥନୀତି ଉପରେ ପଡ଼ିବ ।

Advertisment
Donald Trump Trade War Share Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ