ସୁନା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ମାସକରେ ମହଙ୍ଗା ହେଲାଣି ୫ ହଜାର ଶହେ ଟଙ୍କା । ଛୁଇଁଲା ସର୍ବକାଳୀନ ରେକର୍ଡ । ଖାଣ୍ଟି ସୁନା ଅର୍ଥାତ୍ ୨୪ କ୍ୟାରେଟ୍ ସୁନା ଦାମ ପ୍ରଥମ ଥର ଲାଗି ୭୦ ହଜାରରେ ପହଞ୍ଚିଛି । ୨୨ କ୍ୟାରେଟ୍ ବି ୬୩ ହଜାର ଟଙ୍କା ଡେଇଁଛି। ମାସକ ତଳେ ଅର୍ଥାତ୍ ଗତ ଫେବ୍ରୁଆରୀ ୨୯ରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍‌ ୧୦ ଗ୍ରାମ ପିଛା ୫୮ ହଜାର ୩ ଶହ ଟଙ୍କାରେ ବିକ୍ରି ହେଉଥିଲା। ଆଜି ୬୩ ହଜାର ୪ ଶହ ଟଙ୍କାରେ ପହଞ୍ଚିଯାଇଛି। ସେହିପରି ମାସକ ତଳେ ୬୫ ହଜାର ଟଙ୍କାରେ ବିକ୍ରି ହେଉଥିବା ୨୪ କ୍ୟାରେଟ୍ ସୁନା ଆଜି ୭୦ ହଜାର ହେଲାଣି। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ । କମେଇ ଦେଲେଣି ସୁନାଗହଣା କିଣା । ଏପଟେ ବ୍ୟବସାୟୀ କହିଛନ୍ତି, ସୁନା ଦରବୃଦ୍ଧି ଯୋଗୁଁ ଢେର ମାଡ଼ ଖାଉଛି ବେପାର ।