Rs 2000 withdrawal
Advertisment
୨ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ପୁଣିଥରେ ବଜାରରେ ଦେଖିବାକୁ ମିଳିଲାଣି ଏହି ବଡ଼ ନୋଟ୍। ବିଶେଷ କରି ସୁନା ଗହଣା ଦୋକାନ, ପେଟ୍ରୋଲ ପଂପରେ ଏହି ଗୋଲାପୀ ନୋଟ୍ ବଦଳାଇବାକୁ ଚେଷ୍ଟା କରୁଛନ୍ତି ଲୋକେ। ହେଲେ ଖୁଚୁରା ନ ଥିବାର ବାହାନା ଦେଖାଇ ଛୋଟ ଦୋକାନୀ ୨ ହଜାର ଟଙ୍କିଆ ନେଉ ନଥିବା ବେଳେ ୨୦୧୬ର ଝଟକା ଖାଇଥିବା ବଡ଼ ବ୍ୟବସାୟୀ ଏହାକୁ ଛୁଇଁବାକୁ ନାରାଜ। ଏପଟେ RBI ଗଭର୍ଣ୍ଣର ଲୋକଙ୍କୁ ଆଶ୍ବସ୍ତ କରି କହିଛନ୍ତି, ବଡ଼ ନୋଟ୍ ପ୍ରତ୍ୟାହାରକୁ ନେଇ କେହି ବିଚଳିତ ହୁଅନ୍ତୁ ନାହିଁ। ଆସନ୍ତାକାଲିଠାରୁ ସେପ୍ଟମ୍ବର ୩୦ ଯାଏ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us