Advertisment

ବଜେଟ୍‌ ପରେ ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ୱସ୍ତି

ଋଣଗ୍ରହୀତାଙ୍କୁ ମିଳିବ ରିହାତି। କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ। ନୂଆ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Advertisment

ବଜେଟ୍‌ ପରେ ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ୱସ୍ତି। ଖସିବ ସୁଧହାର। କମିବ EMI। କାହିଁକିନା ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କମିଛି ରେପୋ ରେଟ୍‌। ରେପୋ ରେଟରେ ୨୫ ବେସିସ୍‌ ପଏଣ୍ଟ ବା ୦.୨୫ ପ୍ରତିଶତ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ନିଜର ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍ ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ କମାଇଛନ୍ତି।

Advertisment
RBI Banki
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ