Advertisment

Gold Price: ସୁନା ଦରରେ ସର୍ବକାଳୀନ ରେକର୍ଡ

ସୁନା ଦରରେ ସର୍ବକାଳୀନ ରେକର୍ଡ। ବିବାହ ଋତୁରେ ପଡିଛି ସୁନା ଚଡ଼କ। ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ଅର୍ଥାତ୍ ଖାଣ୍ଟି ସୁନା ୯୯୦ ଟଙ୍କା ବଢିଛି।

Advertisment

ନିଇତି ନୂଆ ରେକର୍ଡ କରୁଛି ସୁନା ଦର। ଆଜି ଖାଣ୍ଟି ସୁନା ୧୦ ଗ୍ରାମକୁ ୯୬ ହଜାର ଏବଂ ୨୨ କ୍ୟାରେଟ୍ ୮୮ ହଜାର ଡେଇଁଛି । ସୁନା ଦରର ଏମିତି ଉପର ମୁହାଁ ଟ୍ରେଣ୍ଡ୍ ଦେଖି ଗ୍ରାହକ ଛାନିଆ। ଯିଏବି କିଣୁଛି, ଆଗକୁ ବାହାଘର ପାଇଁ ବାଧ୍ୟହୋଇ କିଣୁଛି। ଏପଟେ ବଜାର ବିଶେଷଜ୍ଞ କହିଲେଣି ସପ୍ତାହକ ମଧ୍ୟରେ ସୁନା ଦର ଲକ୍ଷେ ଛୁଇଁପାରେ। ଆଉ, ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତି ଜାରି ରହିଲେ, ୪ ବର୍ଷରେ ଦୁଇଗୁଣା ହୋଇପାରେ ସୁନା ମୂଲ୍ୟ।

Advertisment
India Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ