Advertisment

ବଦଳିଯିବ ପୁରୁଣା ନୋଟ୍, ବଜାରକୁ ଆସିବ ନୂଆ ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ

ବଦଳିଯିବ ପୁରୁଣା ନୋଟ୍ । ବଜାରକୁ ନୂଆ ନୋଟ୍ ଆସିବା ନେଇ RBIର ବଡ଼ ଘୋଷଣା । ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ହେବ ନବକଳେବର । ପୁରୁଣା ନୋଟ୍ ଚାଲିବା ନେଇ ଉଠିଲା ପ୍ରଶ୍ନ ।

ଅଦ୍ୟତନ ହୋଇଛି
Advertisment

ବଦଳିଯିବ ପୁରୁଣା ନୋଟ୍ । ନୂଆ ନୋଟ୍ ଆସିବା ନେଇ RBIର ବଡ଼ ଘୋଷଣା । ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ହେବ ନବକଳେବର ।
ରିଜର୍ଭ ବ୍ୟାଙ୍କ ପୁଣିଥରେ ନୂତନ ୫୦୦ ଟଙ୍କିଆ ନୋଟ୍ ଜାରି କରିବାକୁ ଯାଉଛି । ଏହା ସହିତ ନୂଆ ୧୦ ଟଙ୍କିଆ ନୋଟ୍ ମଧ୍ୟ ଜାରି ହେବ । ଏହି ଦୁଇଟି ନୋଟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, କିଛି ପରିବର୍ତ୍ତନ ସହିତ ନୂତନ ନୋଟ୍ ଜାରି କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ଏହା ଖୁବଶୀଘ୍ର ମହାତ୍ମା ଗାନ୍ଧୀ ସିରିଜରେ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ବହନ କରୁଥିବା ୧୦ ଏବଂ ୫୦୦ ଟଙ୍କିଆ ନୋଟ୍ ଜାରି କରିବ । 

Advertisment
RBI Action On 500 Accounts In India Demonitisation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ