ଯୁଦ୍ଧ ଓ ସୁନା। ଏ ଦୁଇଟିର ସଂପର୍କ ବେଶ୍ ପୁରୁଣା। ଯେବେ ଯେବେ ଯୁଦ୍ଧ ଲାଗିଛି, ସେବେ ସେବେ ସୁନା ବଢ଼ିଛି। ଯେବେ ଯେବେ ବଜାର ଅସ୍ଥିର ହୋଇଛି ସେବେ ସେବେ ସୁନାରେ ନିବେଶ ବଢ଼ିଛି। ଦର ମହଙ୍ଗାରୁ ଅତି ମହଙ୍ଗା ହୋଇଛି। ଏକଥା ଋଷ-ୟୁକ୍ରେନ୍ ଯୁଦ୍ଧର ଆରମ୍ଭ ସମୟରେ ଆମେ ଦେଖିଥିଲେ। ଏକଥା ଏବର ଇସ୍ରାଏଲ୍-ହମାସ ଯୁଦ୍ଧରୁ ବି ସ୍ପଷ୍ଟ ହେଲାଣି। କାରଣ ଯୁଦ୍ଧ ଲାଗିବା ପରଠୁ ନିୟମିତ ସୁନା ଦରରେ ବୃଦ୍ଧି ପାଇ ୪ ଦିନରେ ୧୪ ଶହ ଟଙ୍କା ମହଙ୍ଗା ହେଲାଣି। ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି। ସବୁଠୁ ବଡ଼ କଥା ହେଉଛି, ଯେତେବେଳେ ଇସ୍ରାଏଲ୍-ହମାସ ଯୁଦ୍ଧର ଆଭାସ ନଥିଲା ସେତେବେଳେ ଏହା ପୂର୍ବ ୩୦ ଦିନ ତୁଳନାରେ ସୁନା ଦରରେ ପାଖାପାଖି ୨ ହଜାର ଟଙ୍କାର ବଡ଼ ହ୍ରାସ ଘଟିଥିଲା। ଯାହା ପାର୍ବଣ ବଜାରରେ ଖୁସି ଭରିଥିଲା। ହେଲେ ହଠାତ୍ ଏ ଦରବୃଦ୍ଧି ଗ୍ରାହକଙ୍କୁ ନିରାଶ
କରିଛି।