Last updated: 16 January 2025, 10:31 PM IST
ସୁନା ଦାମ୍ରେ ପୁଣି ଫେରିଲା ଚମକ। ରେଟ୍ ଶୁଣି ଗ୍ରାହକ ଛାନିଆ। ବିବାହ ସିଜିନ ପୂର୍ବରୁ ଉପରମୁହାଁ ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ରହିଛି ୭୩ ହଜାର ୯୦୦ ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ଆଜି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ରହିଛି ୮୦ହଜାର ୬୨୦ ଟଙ୍କା। ସପ୍ତାହେ ଭିତରେ ଏଭଳି ହୁ ହୁ ବଢିଛି ଦାମ୍। ଆଗକୁ ବିବାହ ସିଜିନ ଥିବାରୁ ଅଚାନକ ଦର ବୃଦ୍ଧି ଗ୍ରାହକଙ୍କୁ ବାଧିଲାଣି।