Advertisment

Gold Prices: ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଲାଗିଛି ନିଆଁ; ମାସକ ଭିତରେ ବଢ଼ିଲାଣି ୬ ହଜାର ଟଙ୍କା

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

ଅଦ୍ୟତନ ହୋଇଛି
Advertisment

ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ। ମାସକ ମଧ୍ୟରେ ସୁନା ୧୦ ଗ୍ରାମ ପ୍ରତି ୬ ହଜାର ଟଙ୍କା ବଢିଲାଣି। ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି। ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ ଏହା ଉପରେ ନିର୍ଭର କରୁଛି ସୁନା ଦରର ଭବିଷ୍ୟତ। 

Advertisment

୩୧ ଡ଼ିସେମ୍ବର ୨୦୨୪ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଥିଲା ୭୧ହଜାର ୪୦୦ ଟଙ୍କା। ଆଜି ତାହା ୭୭ ହଜାର ୬୦୦ ଟଙ୍କାରେ ପହଁଚିଛି। ଅର୍ଥାତ୍ ମାସକ ମଧ୍ୟରେ ସୁନା ୧୦ ଗ୍ରାମକୁ ବଢିଛି ୬ ହଜାର ୨୦୦ ଟଙ୍କା। ସେହିପରି ମାସକ ତଳେ ୭୮ ହଜାର ଟଙ୍କା ଥିବା ୨୪ କ୍ୟାରେଟ ସୁନା ଦର ୬ ହଜାର ୪୦୦ ଟଙ୍କା ବଢି ୮୪ ହଜାର ୪୦୦ ଟଙ୍କା ହୋଇଛି। ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢୁଛି ଦର। ଏବେ ବିବାହ ସିଜିନ ଚାଲିଥିବା ବେଳେ ହାତ ମାରିହେଉନି ସୁନା ଦେହରେ। ସେଥିପାଇଁ ତ ରାଜଧାନୀର ଅଧିକାଂଶ ଦୋକାନ ଖାଁ ଖାଁ। ବ୍ୟବସାୟୀ ତ କହିଲେଣି ଏଭଳି ଦର ବଢିଚାଲିଲେ ମାର୍ଚ୍ଚ ସୁଦ୍ଧା ସୁନା ଭରି ଲକ୍ଷେ ଡେଇଁଯିବ। 

ଅଧିକ ପଢ଼ନ୍ତୁ: ଆଜିଠୁ ସଂସଦର ବଜେଟ୍ ଅଧିବେଶନ; କାଲି ଖୋଲିବ ନିର୍ମଳାଙ୍କ ପେଡ଼ି

ରାତି ପାହିଲେ ସାଧାରଣ ବଜେଟ୍। ଆଗକୁ ସୁନା ଦର ଆହୁରି ବଢିବ କି କମିବ ତାହା ନିର୍ଭର କରୁଛି କେନ୍ଦ୍ର ସରକାରଙ୍କ ବଜେଟ୍ ଉପରେ। କାରଣ, ଗତବର୍ଷ ବଜେଟରେ ସୁନା ଉପରେ ୫ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଅର୍ଥାତ୍ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ ସରକାର। ଫଳରେ ଶସ୍ତା ହୋଇଥିଲା ସୁନା। ଏବେ ଅପେକ୍ଷା ଚଳିତ ବଜେଟରେ ସରକାର ସୁନା ଉପରେ କଣ ନିଷ୍ପତ୍ତି ନେଉଛନ୍ତି। 

Advertisment

ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟିଥିବାରୁ ସୁନା ଆମଦାନୀ କ୍ଷେତ୍ରରେ ଭାରତକୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି। ଯେଉଁଥିପାଇଁ ସୁନା ଦର ବଢିଚାଲିଛି।

ଅଧିକ ପଢ଼ନ୍ତୁ: ଆପଣ ଜାଣନ୍ତି କି...ସବୁଠୁ ଅଧିକ ଥର ବଜେଟ ଉପସ୍ଥାପନ କିଏ କରିଛନ୍ତି ?

Advertisment
Gold Gold Prices Gold Silver Price Today Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ