Advertisment

୫୭ ହଜାର ମୁହାଁ ୨୨ କ୍ୟାରେଟ୍ ସୁନା, ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା

ପାର୍ବଣରେ ସୁନା କିଣିବାକୁ ମନ କରିଥିବା ଗ୍ରାହକଙ୍କ ପାଇଁ ଏଥର ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ୨ ସପ୍ତାହ ଭିତରେ ଉଭୟ ସୁନା ଓ ରୁପା ଦର ୪ ହଜାର ଟଙ୍କା ଲେଖାଏଁ ବଢ଼ିଗଲାଣି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦାମ ୫୬ ହଜାର ୬୦୦ ଟଙ୍କା ଛୁଇଁଥିବା ରୁପା କିଲୋ ୭୪ ହଜାରରେ ପହଞ୍ଚିଛି....

Advertisment

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି। ଏପଟେ ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ଏବେ ୬୨ ହଜାର ଟଙ୍କା ଟପିଗଲାଣି । ଇସ୍ରାଏଲ-ହମାସ୍ ଯୁଦ୍ଧ ପୂର୍ବରୁ ରାଜ୍ୟରେ ସୁନା ଦର୍ ୨ ହଜାର ଟଙ୍କା କମି ବର୍ଷର ସର୍ବନିମ୍ନ ସ୍ତର ଛୁଇଁଥିଲା । ହେଲେ ଯୁଦ୍ଧ ପରଠାରୁ ଉପରମୁହାଁ ସୁନାଦର। ଗହଣା ବ୍ୟବସାୟୀଙ୍କ ମତରେ, ସୁନା ଦର ବୃଦ୍ଧି ପଛରେ ଇସ୍ରାଏଲ-ହମାସ୍ ଯୁଦ୍ଧ ଏକମାତ୍ର କାରଣ ନୁହେଁ । ପାର୍ବଣ ଋତୁ ଚାହିଦା ବି ସୁନା ଦରବୃଦ୍ଧି ପଛର ଅନ୍ୟତମ କାରଣ।  

Advertisment
Odisha Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ