By: Namita Biswal
Last updated: 26 March 2025, 02:11 PM IST
ATMରୁ ଆଉ ମାଗଣାରେ ଉଠାଇ ହେବନି ଟଙ୍କା । କ୍ୟାସ୍ ଉଠାଇଲେ ୟୁଜରଙ୍କୁ ଦେବାକୁ ପଡ଼ିବ ଚାର୍ଜ । RBI ଜାରି କଲା ନୂଆ ନିୟମ, ମେ' ୧ରୁ ହେବାକୁ ଯାଉଛି ଲାଗୁ । ମେ' ପହିଲାରୁ ଏଟିଏମ୍ ବ୍ୟବହାର ପାଇଁ ଶୁଳ୍କ ବୃଦ୍ଧି ପାଇବ । ଭାରତୀୟ ରିଜର୍ଭ ବ୍ୟାଙ୍କ ATM ବିନିମୟ ଶୁଳ୍କ ବୃଦ୍ଧିକୁ ଅନୁମୋଦନ କରିଛି । ନଗଦ ଉଠାଣ ପାଇଁ ଚାର୍ଜ ୧୭ ଟଙ୍କାରୁ ୧୯ ଟଙ୍କାକୁ ବୃଦ୍ଧି ପାଇବ ଏବଂ ଆକାଉଣ୍ଟ ବାଲାନ୍ସ ଯାଞ୍ଚ ପାଇଁ ଚାର୍ଜ ୬ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ପାଇବ । ଯଦି ଆପଣ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କର ATMରୁ ଟଙ୍କା ଉଠାଇବେ କିମ୍ବା ବାଲାନ୍ସ ଯାଞ୍ଚ କରିବେ, ତେବେ ଆପଣଙ୍କୁ ଏହି ବର୍ଦ୍ଧିତ ଶୁଳ୍କ ଦେବାକୁ ପଡିବ ।