Advertisment

କାହା ଲେଖନୀରେ ରାମ ନାମ ତ କାହା ହାତରେ ପ୍ରତିକୃତି

ଓଡ଼ିଶା ଭୂଇଁରେ ରାମ କାହାଣୀ। ଆଜିର କାହାଣୀରେ କିମ୍ବଦନ୍ତୀ ନାହିଁ କି ପୌରାଣିକ କଥାବସ୍ତୁ ନାହିଁ। ଆଜି ଭେଟିବା ଏମିତି କିଛି ଓଡ଼ିଆଙ୍କୁ, ଯାହାଙ୍କ ସୃଜନଶୀଳତାରେ ଭରି ରହିଛି କେବଳ ରାମ ମନସ୍କ ଭାବନା, ଆବେଗ ଆଉ ଉତ୍କଣ୍ଠା।

Advertisment

ଯେଉଁ ନାମକୁ ନେଇ ଏତେ ଶ୍ରଦ୍ଧା...ଯେଉଁ ନାମ ଧରି ଡାକିଦେଲେ ମିଳୁଛି ଏତେ ଆତ୍ମତୃପ୍ତି...ଏ ବୟସରେ ଆଉ ବା କ’ଣ ଦରକାର ଯେ...
ସେଥିପାଇଁ ବୋଧହୁଏ ନିଜ ଲେଖନୀରେ ଏଭଳି ଅନବରତ ଭାବେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନାମ ଲେଖିଚାଲିଛନ୍ତି କୋରାପୁଟ ଜୟପୁର ପୋଷ୍ଟାଲ୍ ଗଳିର ବ୍ରଜକିଶୋରୀ ସାହୁ। ବୟସ ଆସି ୭୨ ହେଲାଣି। ଗତ ୨୦ ବର୍ଷ ହେଲା ରାମମନସ୍କ ସେ । ୨୦୨୦ରେ ୨୫ ଲକ୍ଷ ଥର ରାମ ନାମ ଲେଖି ଆନ୍ଧ୍ର ଭଦ୍ରାଚଲମ୍ ସ୍ଥିତ ରାମମନ୍ଦିରରେ ପ୍ରଦାନ କରିଥିଲେ ୫୫ଟି ଖାତା। ଆଉ ଏବେ ଅଯୋଧ୍ୟା ପଠାଇବା ଲକ୍ଷ୍ୟରେ ଖାତାରେ ଦୈନିକ ୧୦୪୦ ଥର ରାମ ନାମ ଲେଖି ଚାଲୁଛନ୍ତି ବ୍ରଜକିଶୋରୀ । ରାମମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଲା ପରେ ଯାଇ ଏସବୁକୁ ପଠାଇବେ ବୋଲି ଆଶା ରଖିଛନ୍ତି ଏହି ରାମ ପ୍ରେମୀ ମହିଳା।

Advertisment
Odisha News Ayodhya Ram Mandir Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ