Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରାଙ୍ଗଣ ପାଲଟିଲା ମିନି ଇଣ୍ଡିଆ

ରାମଲଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବରେ, ଉତ୍ସବ ମୁଖରିତ ସମଗ୍ର ଅଯୋଧ୍ୟା ଭୂମି। ଆଜିର ଏହି ଭବ୍ୟ ଆଉ ଦିବ୍ୟ ଅବସରରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ କରିଛନ୍ତି ଦେଶର ମହା ମହା ହସ୍ତୀ।

Advertisment

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା। ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ। କଳାକାରଙ୍କଠାରୁୁ କ୍ରୀଡ଼ାବିତ, ଶିଳ୍ପପତିଙ୍କଠୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ହୋଇଥିଲେ ଅଯୋଧ୍ୟା ମୁହାଁ। ଆଉ ସେମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି, ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୃଷ୍ଟି କରିଥିଲା ମିନି ଇଣ୍ଡିଆର ପରିବେଶ। ମାୟାନଗରୀ ମୁମ୍ବାଇରୁ ଅଧିକାଂଶ ସେଲିବ୍ରିଟି, ଭକ୍ତିଭରା ବେଶ ଓ ପରିପାଟି ସହ ଉତ୍ସବସ୍ଥଳରେ ଉପସ୍ଥିତ ଥିଲେ। ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆସିବା ବେଳେ ବିଗ ବିଙ୍କୁ ସାକ୍ଷତ କରି କିଛି କ୍ଷଣ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment
Ayodhya Ram Temple Celebrities India News Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ