ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭେଟି ଦେଇଛନ୍ତି । କିଏ ଦେଇଛି ହୀରାର ମୁକୁଟତ ପୁଣି କିଏ ଦେଇଛି ଅହୁରି ଅନେକ ମୁଲ୍ୟବାନ ଜିନିଷ । ହେଲେ ଏସବୁ ଭିତରେ ଚର୍ଚ୍ଚାର ପରିଧୀକୁ ଆସିଛି ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଉପହାର । ଜାନୁଆରୀ ୨୨ ତାରିଖରେ ନିଜ ପରିବାର ଲୋକଙ୍କ ସହ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ଶିଳ୍ପପତି ମୁକେଶ ଅମ୍ବାନୀ । ଆଉ ସେଠାରେ ରାମଲାଲାଙ୍କୁ ଦେଇଥିଲେ ଉପହାର । ସେହି ସମୟରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅମ୍ବାନୀ ପରିବାର ୩୩ କିଲୋ ସୁନା ଏବଂ ତିନିଟି ସୁନାର ମୁକୁଟ ଦାନ କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ନେଇ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।