ସଂଗୀତରେ ରାମ... ଭଜନ-କୀର୍ତ୍ତନରେ ରାମ... ସରଜୁ ତଟରେ ରାମ... ଦୀପରେ ଦୀପରେ ରାମ...। ଆଉ ୫ ଦିନ ପରେ ନୂଆ ମନ୍ଦିରରେ ନୂଆ ରୂପରେ ଦର୍ଶନ ଦେବେ ପ୍ରଭୁ। ସେଥିପାଇଁ ଏବେ ରାମମୟ ଅଯୋଧ୍ୟାର ଗଗନପବନ। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ଆଜିଠୁ ଆରମ୍ଭ ହୋଇଛି ଆଦ୍ୟପର୍ବ। ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।